Latest Odisha News

BREAKING NEWS

‘ପଠାନ୍‌’ ସୁଟିଂ ବାତିଲ କରିବେ ଶାହାରୁଖ୍‌!

ମୁମ୍ବାଇ: କରଡେଲିଆ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପଚରାଉଚରା କରୁଛି। ଏହାସହିତ ତାଙ୍କ ଫୋନ ମଧ୍ୟ ଜବତ କରିଛି। ଶନିବାର ରାତିରେ ଅଧିକାରୀମାନେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଚଢାଉ କରିବା ପରେ ଏନସିବି ରେଭ୍ ପାର୍ଟି ସହ ଆର୍ଯ୍ୟନ୍‌ଙ୍କୁ ଜେରା କରୁଛି।

ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ ଶାହରୁଖ ଖାନ କିମ୍ବା ପରିବାରର ଅନ୍ୟ କାହାରିଠାରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ଦୀପିକା ପାଦୁକୋନଙ୍କ ସହ ଏକ ବିଶେଷ ଗୀତର ସୁଟିଂ ପାଇଁ ସ୍ପେନ ଯାଇଥାନ୍ତେ ଶାହାରୁଖ୍‌ ତେବେ ପରବର୍ତ୍ତୀ ସୁଟିଂକୁ ସ୍ଥଗିତ ରଖିପାରନ୍ତି ବୋଲି ସୂଚନା ମିଳିଛି।

କ୍ରୁଜ୍ ଜାହାଜରେ ଏନସିବି ଚଢାଉ ପରେ ଆର୍ଯ୍ୟନ୍‌ଙ୍କ ଏଥିରେ ସାମିଲ୍‌ ହେବା ବଲିଉଡର ଅନେକ ତାରକାଙ୍କୁ ଚକିତ କରିଛି। ଆର୍ଯ୍ୟନ୍ ଖୁବ୍‌ କମ୍‌ ପାର୍ଟିରେ ଦେଖିବାକୁ ମିଳିଥାଏ।

Leave A Reply

Your email address will not be published.