Latest Odisha News

BREAKING NEWS

ଝିଅର ପ୍ରଥମ ଝଲକ୍ ଦେଖାଇଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ରହିଥାନ୍ତି । ଏବେ ତାଙ୍କ ଝିଅକୁ ବର୍ଷେ ପୂରିଛି । ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ତାଙ୍କ ଝିଅ ରାହାଙ୍କ କିଛି ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଆଲିଆ । ପ୍ରଥମ ଫଟୋରେ ରାହା ଦୁଇ ହାତ କେକ୍ ଉପରେ ରଖିଛନ୍ତି । ଦ୍ୱିତୀୟ ଫଟୋରେ ସେ ବାପା-ମା’ଙ୍କ ସହ ହାତରେ ଫୁଲ ଧରିଥିବା ଦେଖାଯାଇଛି । ଯଦିଓ ଫଟୋ ଆଲିଆ ଝିଅର ମୁହଁ ଦେଖାଇନାହାନ୍ତି, କିନ୍ତୁ ତାଙ୍କ କୁନି କୁନି ହାତ ପ୍ରଶଂସକଙ୍କୁ ଦେଖାଇଛନ୍ତି । ଫଟୋ ସେୟାର କରି କ୍ୟାପସନ ଆଲିଆ ଲେଖିଛନ୍ତି, ଆମର ଖୁସି, ଆମର ଜୀବନ..ଆମର ଆଲୋକ । କାଲି ଭଳି ଲାଗୁଛି, ଯେତେବେଳେ ତୁମେ ପେଟରେ ଖେଳୁଥିଲ ଆମେ ତୁମ ପାଇଁ ଗୀତ ବଜାଉ ଥିଲୁ । କହିବାକୁ କିଛି ନାହିଁ, କେବଳ ଏତିକି ତୁମକୁ ପାଇ ଆମେ ଜୀବନରେ ଧନ୍ୟ ହୋଇଛୁ । ଆଲିଆ-ରଣବୀର ୨୦୨୨ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୨୨ ନଭେମ୍ବର ୬ ତାରିଖରେ ରାହା ଜନ୍ମ ହୋଇଥିଲେ ।

Comments are closed.