ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡୀ ଫିଲ୍ମର ଶୁଟିଂ ମାତ୍ର ୩ ଦିନ ବାକି ଅଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ପ୍ରଭାବ ଯୋଗୁ ଏବେ ଫିଲ୍ମ ଶୁଟିଂ ଉପରେ କଟକଣା ଲଗାଯାଇଛି । ଏଥିଯୋଗୁ ପ୍ରଯୋଜକଙ୍କୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି । ଫିଲ୍ମ ସିଟି ଷ୍ଟୁଡିଓରେ ଏଥିପାଇଁ ନିର୍ମିତ ହୋଇଥିବା ସେଟକୁ ବଂଚାଇ ରଖିବା ପାଇଁ ଏହି ଖର୍ଚ୍ଚ ହେଉଛି ।
ଏହି ଫିଲ୍ମ ହୁସୈନ ଜୈଦୀଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ ମୁମ୍ବାଇ ଉପରେ ଆଧାରିତ । ୬୦ ଦଶକରେ ମୁମ୍ବାଇରେ ଗଙ୍ଗୁବାଇଙ୍କ ରାଜ ଚାଲିଥିଲା । ଫିଲ୍ମର ମୂଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଅଭିନୟ କରୁଥିବା ବେଳେ ଅଜୟ ଦେବଗାନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
Comments are closed.