Latest Odisha News

ରନ୍ଥାମ୍ଭୋରରେ ବିବାହ କରିବେ ରଣବୀର-ଆଲିଆ !

ମୁମ୍ବାଇ: ବଲିଉଡର ଦୁଇ ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ରାଜସ୍ଥାନର ରନ୍ଥାଭୋରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଏପ୍ରିଲରେ ଏହି ବିବାହ ହେବ ବୋଲି ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଇଛି । ଡିସେମ୍ବର ୨୦୨୧ରେ ବିବାହ ଏକପ୍ରକାର ଚୂଡାନ୍ତ ହୋଇ ଯାଇଥିଲେ ମଧ୍ୟ କରୋନା ଯୋଗୁ ଏହାକୁ ଘୁଂଚାଇବାକୁ ଉଭୟ ପରିବାର ରାଜି ହୋଇଥିଲେ ।

ତେବେ ଏ ନେଇ ରଣବୀର କିମ୍ବା ଆଲିଆ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇ ଆସୁଛନ୍ତି । ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ପରେ ଏବେ ଏହି ଯୋଡିଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.