Latest Odisha News

BREAKING NEWS

ଗୁଆମରେ ଶକ୍ତି ପ୍ରଦର୍ଶନ : ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ବାୟୁସେନାର ଏଲିଫ୍ୟାଂଟ ୱାକ

ଟୋକିଓ: ଗୁଆମର ଆଣ୍ଡରସନ ଏୟାରଫୋର୍ସ ବେସରେ ଆଜି ଜାପାନ ଓ ଅଷ୍ଟ୍ରେଲିଆ ସହିତ ମିଶି ଆମେରିକା ବାୟୁସେନାର ଶକ୍ତି ପ୍ରଦର୍ଶନ କରିଛି । ଚୀନଠାରୁ ୨୯୦୦ କିଲୋମିଟର ଦୂରରେ ଏହି ଏୟାରବେସ ଅବସ୍ଥାପିତ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ୧୩୦ ବିମାନ ଏଲିଫ୍ୟାଂଟ ୱାକ କରିଥିଲେ । ଏହା ବ୍ୟତୀତ ଆକାଶମାର୍ଗରେ ବିଭିନ୍ନ ପ୍ରକାର ଯୁଦ୍ଧକୌଶଳ ଦେଖାଇଥିଲେ । ଏଥିରେ ୨୫୦୦ରୁ ଅଧିକ ଆମେରିକା ଏୟାରମ୍ୟାନ, ମରିନ ଓ ସେଲର୍ସ ଯୋଗ ଦେଇଥିଲେ ।

ଆମେରିକା ଏହି ଡ୍ରିଲ ମାଧ୍ୟମରେ ପରୋକ୍ଷରେ ଚୀନ ଏବଂ ଉତରକୋରିଆକୁ ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ବିପକ୍ଷ ମୁକାବିଲା ପାଇଁ ଗୁଆମ ବେସ ଆମେରିକା ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଛି ।

Comments are closed, but trackbacks and pingbacks are open.