Latest Odisha News

BREAKING NEWS

ଚୀନ ଆପ ବ୍ୟାନର ପ୍ରଭାବ, ପେଡି ପୁଟୁଲି ବାନ୍ଧିବା ଆରମ୍ଭ କଲା ଆଲିବାବା

ନୂଆଦିଲ୍ଲୀ: ଭାରତ ସରକାର ୫୯ ଚୀନ ଆପ ବ୍ୟାନ କରିବା ପ୍ରଭାବ ପକାଇବା ଆରମ୍ଭ କରିଛି । ଇ-କମର୍ସ କମ୍ପାନୀ ଆଲିବାବା ଭାରତରୁ ପେଡି ପୁଟୁଳି ବାନ୍ଧିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ୟୁସି ବ୍ରାଉଜର, ଭିମେଟ୍ ଓ ୟୁଜି ନ୍ୟୁଜର କାରୋବାର ଭାରତରେ ଏକପ୍ରକାର ବନ୍ଦ ହୋଇଯାଇଛି । କମ୍ପାନୀ ଗୁରୁଗ୍ରାମ ଓ ମୁମ୍ବାଇ ଅଫିସ ବନ୍ଦ କରିବା ସହ କର୍ମଚାରୀ ନିକଟକୁ ଏ ବାବଦରେ ପତ୍ର ଲେଖିଛି ।

ୟୁସି ବ୍ରାଉଜର ଆଲିବାବା କମ୍ପାନୀର ଅଂଶବିଶେଷ । ଭାରତ ସରକାର ଏହି କମ୍ପାନୀଗୁଡିକୁ ସେମାନଙ୍କ ପକ୍ଷ ରଖିବାକୁ କହିଥିଲା । କମ୍ପାନୀ ମତ ନ ରଖି କାରୋବାର ବନ୍ଦ କରିବା ନିଷ୍ପତି ନେବା ଆରମ୍ଭ କରିଛି ।

Leave A Reply

Your email address will not be published.