Latest Odisha News

ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, କୂଲଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ଭୁବନେଶ୍ୱର: ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଲଭୂଷଣ ଯାଦବଙ୍କୁ ମିଳିଛି ଦ୍ୱିତୀୟ କନସୁଲାର ଆସେସ୍ । ଇସଲାମାବାଦ୍ ତାଙ୍କୁ ଦ୍ୱିତୀୟ ଥର ପାଇଁ କନ୍‌ସୁଲାର ଆସେସ ଯୋଗଇ ଦେଇଛନ୍ତି ।

କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ଦୂତାବାସର ଦୁଇ ଅଧିକାରୀ । ପାକିସ୍ତାନର ଆମନ୍ତ୍ରଣରେ ଅପରାହ୍ନ ୩ଟାରେ ଦୁଇ ଅଧିକାରୀ ତାଙ୍କୁ ଭେଟିଥିବା ନେଇ ସୂଚନା ରହିଛି । ଭାରତକୁ ଏହାକୁ ମିଶାଇ ଦୁଇ ଥର କୂଟନୈତିକ ଅନୁମତି ମିଳିଛି । କୁଳଭୂଷଣ ଯାଦବଙ୍କୁ ଏକାକୀ ଭେଟିବାକୁ ଭାରତ ସର୍ତ୍ତ ରଖିଥିଲା। ଏଥିରେ ପାକିସ୍ତାନ ରାଜି ହୋଇଛି କି ନାହିଁ, ସେକଥା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, କୁଲଭୂଷଣ ହେଉଛନ୍ତି ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ। ୨୦୧୭ ଏପ୍ରିଲ ମାସରେ ପାକିସ୍ତାର ସାମରିକ କୋର୍ଟ ତାଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ଭାରତ ଏହା ବିରୋଧରେ ଆଇସିଜେ ଯାଇଥିଲା ଓ ଆଇସିଜେ ହିଁ କୁଳଭୂଷଣଙ୍କୁ କନସୁଲାର ଆସେସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.