Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଦଳ ବଦଳ କରିଥିବା ନେତା ଭୋଟ୍ ଗଣତିରେ ପଛୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏଥର ଦିଲ୍ଲୀରେ ଅନେକ ନେତା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରିଥିଲେ । ଏବଂ ନିର୍ବାଚନ ସମୟରେ ନିଜ ଦଳ ଛାଡି ଟିକେଟ୍ ପାଇବା ଆଶାରେ ଅନ୍ୟ ଦଳରେ ଯୋଗ ଦେଇଥିଲେ । କିଛି ନେତା ବହୁତ ପୂର୍ବରୁ ନିଜ ଦଳ ଛାଡି ସାରିଥିଲେ ।

ଚାନ୍ଦନୀ ଚୌକରୁ କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଏହି ସମୟରେ ପଛୁଆ ଅଛନ୍ତି । ଯେବେକି ଆମ ଆଦମୀ ପାର୍ଟିର ପ୍ରହଲ୍ଲାଦ ସିଂହ ସାହନୀ ଆଗୁଆ ଅଛନ୍ତି । ଏହି ସିଟରେ ବିଜେପି ଦଳରୁ ସୁମନ କୁମାର ଗୁପ୍ତା ପ୍ରାର୍ଥୀ ଅଛନ୍ତି । ଆପ୍ ର ବଡ ନେତାଙ୍କ ଭିତରେ ସାମିଲ ଥିବା ଅଳକା ଲାମ୍ବା ନିର୍ବାଚନ ପୂର୍ବରୁ ଆପ୍ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ।

ସେହିଭଳି ନିର୍ବାଚନ ପୂର୍ବରୁ ଆପ୍ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା କପିଲ ମିଶ୍ରା ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ଯେବେକି ଆପ୍ ପ୍ରାର୍ଥୀ ଅଖିଳେଶ ପତି ତ୍ରିପାଠୀ ଆଗରେ ଅଛନ୍ତି । କପିଲ ମିଶ୍ରା ଗତ ବିଧାନସଭା ନିର୍ବାଚନରେ ଆପ୍ ଟିକେଟରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ମତଭେଦ ପରେ ସେ ଦଳ ଛାଡି ଚାଲିଯାଇଥିଲେ ।

Leave A Reply

Your email address will not be published.