Latest Odisha News

ବିଚିତ୍ର ଦୁନିଆ ! ନିଜ ଦେଶର ଏହି ସହରକୁ ଯିବା ପାଇଁ ପାର ହେବାକୁ ପଡେ ଅନ୍ୟ ଏକ ଦେଶ…

ଭୁବନେଶ୍ୱର: ପିଲାଦିନେ ଆମେ ପଢିଥିଲେ କେତେକ ରାଜ୍ୟ ବା ସହର ଏକାଠି ହେଲେ ହିଁ ଏକ ଦେଶ ତିଆରି ହୋଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ ସହର ସମ୍ପର୍କରେ ଯେଉଁଠିକି ଯିବା ପାଇଁ ଏହାର ନାଗରିକଙ୍କୁ ଅନ୍ୟ ଦେଶର ସୀମା ଅତିକ୍ରମ କରିବାକୁ ପଡିଥାଏ ।

ରୁଷର କେଲିନିନନାଦ ସହର । ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ଲିଥୁଆନିଆ ଓ ପୋଲାଣ୍ଡ ମଧ୍ୟବର୍ତ୍ତୀ ଅଂଚଳରେ ଅବସ୍ଥିତ ।

ଏହି ସହରଟି ଲିଥୁଆନିଆ ଓ ପୋଲାଣ୍ଡର ମଧ୍ୟବର୍ତ୍ତୀ ସ୍ଥାନରେ ଥିବାରୁ ଏଠାକୁ ଯିବା ପାଇଁ ଅନ୍ୟ ଏକ ଦେଶ ପାର ହେବାକୁ ପଡିଥାଏ । ଏଥିପାଇଁ ପୋଲାଣ୍ଡ ଓ ରୁଷ ନାଗରିକଙ୍କ ଭିତରେ ଏକ ସ୍ଵାକ୍ଷର କରାଯାଇଥିଲା । ଏଥିପାଇଁ ଏଠାକାର ନିବାସୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଡ ଜାରି କରାଯାଇଛି । ଯାହାଦ୍ୱାରା ସେମାନେ ସହଜରେ ରୁଷ ଯାତ୍ରା କରିପାରିବେ ।

କେଲିନିନନାଦ ନାମକ ଏହି ସହର ବାଲଟିକ୍ ନଦୀରେ ପଡିଥିବା ପ୍ରିଗୋଲିଆ ନଦୀ କୂଳରେ ହିଁ ଅବସ୍ଥିତ । ପ୍ରକୃତରେ ଦେଖିବକୁ ଗଲେ ପୂର୍ବରୁ ପ୍ରସିଆ ଜର୍ମାନର ଏକ ଏକ ଅଂଶ ଥିଲା । ୨ୟ ବିଶ୍ବ ଯୁଦ୍ଧ ସମୟରେ ଏହି ସହର ଜର୍ମାନ ଦେଶ ଅକ୍ତିଆରରେ ଥିଲା ।

ବ୍ରିଟିଶ ସେନା ମାନେ ଏହା ଉପରେ ଖୁବ ମାତ୍ରାରେ ବୋମା ବର୍ଷଣ କରିଥିଲେ । ଯାହାଦ୍ୱାରା ଏହି ସହର ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା । ସେହି ସମୟରେ ଏଠାକାର ଜନ ସାଧାରଣ ଅନ୍ୟ ଦେଶ ମାନଙ୍କରେ ଯାଇ ଆଶ୍ରୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ଏଠାରେ ପ୍ରାୟ ୮୭ ପ୍ରତିଶତ ରୁଷ ନାଗରିକ ମାନେ ହିଁ ବସବାସ କରୁଛନ୍ତି ।

Leave A Reply

Your email address will not be published.