Latest Odisha News

BREAKING NEWS

ଆମ୍ ଆଦମୀ ପାର୍ଟି ଛାଡିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଏନେଇ ସେ ଟ୍ୱିଟ୍ କରିଛନ୍ତି ।

ତାଙ୍କ ଇସ୍ତଫା ପତ୍ର ସେ ଦଳ ମୁଖିଆଙ୍କ ନିକଟକୁ ପଠାଇଥିବା ନେଇ ଜଣାପଡିଛି ।

ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ବେଳେ ଏବେ ସେ କଂଗ୍ରେସର ହାତ ଧରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ପ୍ରଥମ ଭାଗରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅଳକାଙ୍କ ଇସ୍ତଫା ପାର୍ଟି ପାଇଁ ଏକ ଝଟକା ବୋଲି ରାଜନେତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ଅଳକା ଦିଲ୍ଲୀର ଚାନ୍ଦନୀଚୌକ ଆସନରୁ ଜିତି ବିଧାନସଭାକୁ ଯାଇଥିଲେ ।

Leave A Reply

Your email address will not be published.