Latest Odisha News

BREAKING NEWS

ପ୍ରବଳ ବର୍ଷାରେ ସ୍ଥିତି ବେହାଲ, ଗଞ୍ଜାମ ଓ କନ୍ଧମାଳରେ ସବୁ ସ୍କୁଲ ବନ୍ଦ

ଗଞ୍ଜାମ: ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।

ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ବିଦ୍ୟାଳୟଗୁଡିକ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଛୁଟି ନାହିଁ । ସେମାନେ ବିଦ୍ୟାଳୟକୁ ଆସିବେ ଏବଂ ଆବଶ୍ୟକସ୍ଥଳେ ଲୋକଙ୍କ ସହାୟତା କରିବେ ।

ଗଞ୍ଜାମ ଓ କନ୍ଧମାଳର ଚାରିଆଡେ ଜଳାର୍ଣ୍ଣବ ପରିସ୍ଥିତି ଉପୁଜିଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ପ୍ରବଳ ବର୍ଷାରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବୁଦେ୍ଧଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ନାଳ ଭାଙ୍ଗି ଯିବାରୁ ଆସ୍କା-ଦିଗପହଣ୍ଡି ମଧ୍ୟରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଆହୁରି ମଧ୍ୟ କବିସୂର୍ଯ୍ୟନଗର ଧନେଇ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବା ବେଳେ ଡେଙ୍ଗାଡି ଗ୍ରାମ, ଶେରଗଡ, ଆସ୍କା, ଧରାକୋଟ ଆଦି ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇପଡିଛି । ଏପରିକି ଅନେକ ରାସ୍ତା ଉପରେ ବର୍ଷା ପାଣି ପ୍ରଭାବିତ ହେଉଛି ।

ସେହିପରି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ କନ୍ଧମାଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.