Latest Odisha News

BREAKING NEWS

ଅଣସର ଗୃହରେ ମହାପ୍ରଭୁ; ଆଜିଠୁ ଅଲାରନାଥଙ୍କ ଦର୍ଶନ… 

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି।

ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ଦ୍ୱାର ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି।

ପରମ୍ପରା ଅନୁଯାୟୀ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଦର୍ଶନ କରିବା ପାଇଁ ଯାଇଥାନ୍ତି। କୁହାଯାଏ ଅଲାରନାଥରେ ମହାପ୍ରଭୁ ବିଜେ କରିଥାନ୍ତି। ଏହି ଅନବସର ସମୟରେ ଭକ୍ତମାନଙ୍କ ସମାଗମ ହୋଇଥାଏ। ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅଲାରନାଥ ମନ୍ଦିରରେ ଦର୍ଶନ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ, ଏହି ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

 

Comments are closed.