Latest Odisha News

BREAKING NEWS

ଇସ୍ତଫା ଦେଲେ ଜଗନମୋହନ ରେଡ୍ଡୀ ସରକାରଙ୍କ ପୂରା କ୍ୟାବିନେଟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କ ଆଜି ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୪ଜଣ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ପୁର୍ନଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅବଶ୍ୟ ସେ ପୂର୍ବରୁ ଏ ନେଇ ସୂଚନା ଦେଇଥିଲେ । କରୋନା ମହାମାରୀ ଯୋଗୁ ଡିସେମ୍ବର ବଦଳରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ସମୂହ ଇସ୍ତଫା ନେଇ ରାଜ୍ୟ ରାଜନୀତିକୁ ସରଗରମ କରିଛି । ନୂତନ ମନ୍ତ୍ରୀମଣ୍ଡଳରେ ୨୬ ଜିଲ୍ଲାର ପ୍ରତିନିଧିଙ୍କୁ ସୁଯୋଗ ମିଳିବ । ୨୦୧୯ ନିର୍ବାଚନ ପରେ ଜଗନ ଘୋଷଣା କରିଥିଲେ ଯେ, ଜାତି, ଧର୍ମ,ଲିଙ୍ଗଭିତିକ ଏବଂ ଅଂଚଳ ଅନୁସାରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ । କ୍ଷମତାକୁ ଆସିବା ପରେ ସେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ ।

Leave A Reply

Your email address will not be published.