Latest Odisha News

BREAKING NEWS

ଅଜାନ ପାଇଁ ଲାଉଡ ସ୍ପିକର ବ୍ୟବହାରକୁ ବନ୍ଦ କରିବାକୁ କହିଲେ ଅନୁରାଧା

ନୂଆଦିଲ୍ଲୀ: ୯୦ ଦଶକର ଲୋକପ୍ରିୟ ଗାୟିକା ଅନୁରାଧା ପୌଡୱାଲ ଆଜି ଅଜାନରେ ଲାଉଡ ସ୍ପିକର ବ୍ୟବହାର ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଅଜାନ ପାଇଁ ଏହାର ଆବଶ୍ୟକତା ନାହିଁ । ମୁଁ ଅନେକ ମୁସଲମାନ ଦେଶ ବୋଲିଛି ସେଠାରେ ମଧ୍ୟ ଏ ଭଳି ଭାବେ ଅଜାନ ବୋଲା ଯାଏ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଚାର ଓ ପ୍ରସାର ପାଇଁ ଯଦି ଏ ଭଳି ପ୍ରହସନ କରିବ ତାହାହେଲେ ଅନ୍ୟମାନେ ବି ଏ ଭଳି କାର୍ଯ୍ୟ କରିବେ । ଏ ପଟେ ଅଜାନ ତ ଅରପଟେ ହନୁମାନ ଚାଳିଶା ବାଜିବ । ଏହା ଯେଉଁ ପରିବେଶ ସୃଷ୍ଟି କରିବା ତାହା ଠିକ ହେବ ନାହିଁ ।

ମୁଁ କୌଣସି ଧର୍ମକୂୁ ବିରୋଧ କରେନି । କିନ୍ତୁ ସମସ୍ତଙ୍କ ସୁବିଧାକୁ ଦେଖି ପଦକ୍ଷେପ ଗ୍ରହଣ କରିବା ଧାର୍ମିକ ଅନୁଷ୍ଠାନର କାର୍ଯ୍ୟ ବୋଲି ସେ କହିଛନ୍ତି । ଏବେ ଲାଉଡ ସ୍ପିକରରେ ଅଜାନକୁ ଭାରତର ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ ଆରମ୍ଭ ହୋଇଛି । ଏପରିକି ଯଦି ଏହା ବନ୍ଦ କରା ନ ଯାଏ ତାହାହେଲେ ଲାଉଡ ସ୍ପିକରରେ ହନୁମାନ ଚାଳିଶା ଗାନ କରାଯିବ ବୋଲି ପରୋକ୍ଷରେ କୁହାଯାଇଛି ।

Leave A Reply

Your email address will not be published.