Latest Odisha News

BREAKING NEWS

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ଚାରିଆଡେ କରୋନାର କୋପ ଜାରି ରହିଛି । ଏଥିଲାଗି କୋଭିଡ ମୁକାବିଲା ଲାଗି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆସନ୍ତା ଅଗଷ୍ଟ ୩୧ ବନ୍ଦ ରହିବ । ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛି ।

ତେବେ ଏହି ସମୟରେ ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ପ୍ରତି ମାସରେ ଦିଆଯାଉଥିବା ଶୁଖିଲା ଖାଦ୍ୟ ବଂଟନ ଜାରି ରହିବ । ଅଙ୍ଗନବାଡି କର୍ମୀମାନେ କୋଭିଡ ନିୟମ ପାଳନ କରି ହିତାଧିକାରୀଙ୍କ ଘରେ ନେଇ ଶୁଖିଲା ଖାଦ୍ୟ ପହଂଚାଇବେ ।

Leave A Reply

Your email address will not be published.