Latest Odisha News

BREAKING NEWS

ପୂଜା ବାବଦରେ ସୁଶାନ୍ତ ଆକାଂଉଟରୁ ଟଙ୍କା ଉଠାଇଥିଲେ ରିୟା, କଳାଯାଦୁ କରିଥିବା ଅଭିଯୋଗ ହୋଇଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସର ଖିଅ ଧିରେ ଧିରେ ମିଳିବାରେ ଲାଗିଛି । ରିୟା ଚକ୍ରବର୍ତିଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ପୂର୍ବରୁ ସେ କଳାଯାଦୁ କରୁଥିବା ଅଭିଯୋଗ ହୋଇଥିଲା । ଏହାର ସତ୍ୟତା ଜଣା ପଡି ନ ଥିଲେ ମଧ୍ୟ ବ୍ୟାଙ୍କ ଷ୍ଟେଟମେଂଟରେ ସେ ଲକ୍ଷାଧିକ ଟଙ୍କା ପୂଜା ବାବଦକୁ ଉଠାଇଥିବା ଜଣାପଡିଛି ।  ବିହାର ପୋଲିସର ଏକ ଟିମ୍ ମଧ୍ୟ ମୁମ୍ବାଇରେ ଏହି ମାମଲାରେ ଯାଞ୍ଚରେ ଲାଗିପଡିଛି । ପଣ୍ଡିତକୁ ପଇସା ଦେବାଠୁ ଆରମ୍ଭ କରି ସାମଗ୍ରୀ କିଣିବା ପର‌୍ୟ୍ୟନ୍ତ ମଧ୍ୟ ଏହି ଷ୍ଟେଟମେଣ୍ଟରେ କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ଯାଞ୍ଚ କରୁଥିବା ମୁମ୍ବାଇ ଯାଇଥିବା ବିହାର ପୋଲିସର ଏକ ଟିମ୍ ଲଗାତର ଏନେଇ ଯାଞ୍ଚ କରୁଛି କିନ୍ତୁ ମୁମ୍ବାଇ ପୋଲିସ ତାକୁ ସାହାଯ୍ୟ କରୁନି । ବର୍ତମାନ ଏହି ଘଟଣାର ତଦନ୍ତ ଇଡି ମଧ୍ୟ ଆରମ୍ଭ କରିଛି ।

୧୪ ଜୁଲାଇ ୨୦୧୯- ୪୫ ହଜାର
୨୨ ଜୁଲାଇ ୨୦୧୯-୫୫ ହଜାର ଓ ୩୬ ହଜାର
୨ ଅଗଷ୍ଟ ୨୦୧୯-୮୬ ହଜାର
୮ ଅଗଷ୍ଟ ୨୦୧୯-୧୧ ହଜାର
୧୫ ଅଗଷ୍ଟ ୨୦୧୯-୬୦ ହଜାର

Leave A Reply

Your email address will not be published.