ଭୁବନେଶ୍ୱର: ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ତେବେ ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ପରୀକ୍ଷା ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ନିଟ୍ ପରୀକ୍ଷା ହେବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ବିନା ଭୟରେ ପରୀକ୍ଷା ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ୩୭ହଜାର ୪୫୯ଜଣ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ । ଓଡିଶା ସରକାର ପରିକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକଙ୍କ ପାଇଁ ଟ୍ରାନ୍ସପୋର୍ଟ ସୁବିଧା ସହ ରହିବା ପାଇଁ ରହଣୀ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ବସ୍ ସୁବିଧା କରାଯାଇଛି ।
ରାଜ୍ୟ ନୋଡାଲ ଅଫିସର ପଲି ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱର , କଟକ, ଅନୁଗୁଳ , ବହ୍ମପୁର , ରାଉଲକେଲା , ବାଲେଶ୍ୱର ଏବଂ ସମ୍ବଲପୁର ସେଣ୍ଟରରେ ପରୀକ୍ଷାର୍ଥୀ ମାନଙ୍କର ଥର୍ମାଲ ସ୍କିନିଂ କରାଯିବ । ପରୀକ୍ଷାର୍ଥୀମାନେ ଯେଉଁ ସ୍ଥାନରେ ରହୁଛନ୍ତି, ସେମାନଙ୍କୁ ମାସ୍କ ଦିଆଯାଇଛି। ପ୍ରତି ପରୀକ୍ଷା ରୁମରେ ୧୨ ଜଣ ପରୀକ୍ଷାର୍ଥୀ ବସିବେ। ଯଦି କାହାର ତାପମାତ୍ରା ଅଧିକ ଥିବ, ସେମାନଙ୍କ ପାଇଁ ଆଇସୋଲେସନ ରୁମ୍ରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ନିୟନ୍ତ୍ରକମାନେ ସେହି ରୁମରେ PPE କିଟ ପିନ୍ଧିବେ।
ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ କହିଛି ପରୀକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକ ମାନଙ୍କ ପାଇଁ ୬ଟି ଇଂଜିରିୟରିଂ କଲେଜରେ ରହଣୀ ସୁବିଧା କରାଯାଇଛି । ଏହା ସହ ମେଡିକାଲ ଟିମ ମାନେ ମଧ୍ୟ ନିୟୋଜିତ ରହିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
Comments are closed.