Latest Odisha News

BREAKING NEWS

୪ ଜିଲ୍ଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କାଲିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଏହି ଚାରୋଟି ଜିଲ୍ଲା ଓ ରାଉରକେଲା ସହରରେ ସୋମବାରଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ସକାଳ ୮ଟାରୁ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଦିନ ୧ଟା ଯାଏ ଗ୍ରାହକଙ୍କୁ ସେବା ମିଳିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ। ପୂର୍ବରୁ ଜାରି ନିର୍ଦ୍ଦେଶାନାମାରେ ବ୍ୟାଙ୍କ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସଂକ୍ରମଣ ସାଙ୍ଘାତିକ ହେବାରେ ଲାଗିଛି । ସୁରନ୍ଦରଗଡ ଜିଲ୍ଲାର ରାଉରକେଲା ସହରର ସ୍ଥିତି ମଧ୍ୟ ସେମିତି ରହିଛି। ସାରା ରାଜ୍ୟର ସକ୍ରିୟ ରୋଗୀଙ୍କ ମଧ୍ୟରୁ ପାଖାପାଖି ୬୬ ପ୍ରତିଶତ ହେଉଛନ୍ତି ଏହି ଚାରି ଜିଲ୍ଲାର। ସଂକ୍ରମଣ ରୋକିବା ପାଇଁ ସରକାର ପୁଣି ଥରେ ୧୪ ଦିନିଆ ଲକ୍‌ଡାଉନ୍ ଲାଗୁ କରିଛନ୍ତ ।

Leave A Reply

Your email address will not be published.