Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ୍ କେସ୍‌: ମିଛ କିଏ କହୁଛି ଆଦିତ୍ୟ ଚୋପ୍ରା ନା ସଞ୍ଜୟ ଲୀଲା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌ରେ ପୋଲିସର ପଚରାଉଚରା ଜୋରସୋରରେ ଚାଲିଛି । ସଞ୍ଜୟ ଲୀଲା ଭଁସାଲୀ ଓ ଆଦିତ୍ୟ ଚୋପ୍ରାଙ୍କ ମଧ୍ୟରେ ଜଣେ ମିଛ କହୁଛି ବୋଲି ପୋଲିସ ସନ୍ଦେହ କରୁଛି । ମୁମ୍ବାଇ ପୋଲିସ ୟଶରାଜ ଫିଲ୍ମର ଆଦିତ୍ୟ ଚୋପ୍ରାକୁ ପଚରା ଉଚରା କରିଥିଲା ।  ପୂର୍ବରୁ ପୋଲିସ ଏହି ମାମଲାରେ ସଞ୍ଜୟଲୀଲା ଭଁସାଲୀଙ୍କୁ ପଚରା ଉଚରା କରିଥିଲା । ଭଁସାଲୀ ଓ ଆଦିତ୍ୟଙ୍କ ବୟାନରେ କିଛି ସମାନତା ନାହିଁ ।  ମୁମ୍ବାଇର ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସଞ୍ଜୟ କହିଥିଲେ ସେ ସୁଶାନ୍ତଙ୍କୁ ନିଜର ଫିଲ୍ମ ବାଜିରାଓ ମସ୍ତାନୀରେ ନେବାକୁ ଚାହୁଁଥିଲେ, କିନ୍ତୁ ସୁଶାନ୍ତଙ୍କର ୟଶରାଜ ଫିଲ୍ମ ସହିତ କନଟ୍ରାକ୍ଟ ଥିବା କାରଣରୁ ନେଇପାରିନଥିଲେ । ଏଥିପାଇଁ ସେ ୟଶରାଜ୍ ପ୍ରଡକ୍ସନ ସହିତ କଥା ହୋଇଥିଲେ, କିନ୍ତୁ କଥାବାର୍ତ୍ତା ସଫଳ ହୋଇନଥିଲା । କିନ୍ତୁ ଏବେ ଏହି ମାମଲାରେ ଗତକାଲି  ଆଦିତ୍ୟ ଏହି କଥାକୁ ସ୍ପଷ୍ଟ ମନା କରିଦେଇଥିଲେ ଯେ, ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ସହ କେବେ କଥା ହୋଇଥିଲେ ।

ଏହା ସହିତ ‘ପାନି’ ଫିଲ୍ମକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ଆଦିତ୍ୟଙ୍କୁ ପଚରାଯାଇଥିଲା । ଆଦିତ୍ୟ ତାଙ୍କ ବୟାନରେ ରିୟା ଚକ୍ରବର୍ତ୍ତୀଙ୍କ ବିଷୟରେ କହିଛନ୍ତି, ୧ ବର୍ଷ ତ​‌ଳେ ତାଙ୍କ ସହିତ ୟୁରୋପ ଟୁରରେ ଯାଇଥିଲେ । ରିୟା ଦୁଇଟି ଆଡ୍ ସୁ୍‌ଟ୍ କରିଥିଲେ, ଯାହାର ସବୁ ପ୍ରକାର ଖର୍ଚ୍ଚ ଆଦିତ୍ୟ ଚୋପ୍ରାଙ୍କ କମ୍ପାନୀ ବହନ କରିଥିଲା । ଏହାଛଡା ରିୟାଙ୍କର ବାକି ଖର୍ଚ୍ଚ ତୁଲାଇଥିଲେ ସୁଶାନ୍ତ । ଏହି ଟୁର୍ ସମୟରେ ରିୟା ଖୁବ୍ ସପିଂ କରିଥିଲେ ଓ ସପିଂ ପାଇଁ ସୁଶାନ୍ତଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିଲେ । ରିୟା ୧୧ ମାସ ଭିତରେ ସୁଶାନ୍ତଙ୍କ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିଲେ ।

Leave A Reply

Your email address will not be published.