Latest Odisha News

BREAKING NEWS

ପ୍ରେସକ୍ରିପ୍ସନରେ ଜେନେରିକ ମେଡିସିନ ଲେଖିବାକୁ ଡାକ୍ତର ବାଧ୍ୟ; ନ ହେଲେ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ସ୍ୱାସ୍ଥ୍ୟସେବା ସମ୍ପର୍କିତ ନୂଆ ଆଇନ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏଣିକି ପ୍ରେସକ୍ରିପସନରେ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ । ଏହି ନିୟମ ନ ମାନିଲେ  ଡାକ୍ତରୀ ଲାଇସେନ୍ସ ରଦ୍ଦ କରାଯିବ । ଏମିତି ଚେତାବନୀ ଦେଇଛି ଏନଏମସି।

ସରକାରଙ୍କ କହିବା ଅନୁଯାୟୀ, ଜେନେରିକ ମେଡିସିନ ବ୍ରାଣ୍ଡେଡ କମ୍ପାନୀର ମେଡିସିନ ତୁଳନାରେ ୩୦ରୁ ୮୦ ପ୍ରତିଶତ ଶସ୍ତା । ଜେନେରିକ ଔଷଧ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଖର୍ଚ୍ଚର ବୋଝ କମିଯିବ । ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ବ୍ୟୟବହୁଳ ତଥା ଚିନ୍ତାଜନକ ହୋଇପଡୁଛି । ତେଣୁ ଏହି ଖର୍ଚ୍ଚକୁ କମାଇବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଡାକ୍ତରମାନଙ୍କୁ ପ୍ରେସକ୍ରିପ୍ସନରେ ଜେନେରିକ ଔଷଧ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଡାକ୍ତର ଏହି ନିୟମର ଖିଲାପ କରିବେ ସେମାନଙ୍କ ଲାଇସେନ୍ସ ସାମୟିକ ଭାବେ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି ଏନଏମସି । ଏପରିକି ଏନଏମସି ରେଜିଷ୍ଟ୍ରେଟ ମେଡିକାଲ ପ୍ରାକ୍ଟିସିନରଙ୍କୁ ବ୍ରାଣ୍ଡେଡ ଜେନେରିକ ଔଷଧ ନ ଲେଖିବାକୁ ମଧ୍ୟ କହିଛନ୍ତି ।

ଏନଏମସି ରେଗୁଲେସନରେ ରେଜିଷ୍ଟ୍ରେଟ ମେଡିକାଲ ପ୍ରାକ୍ଟିସିନରଙ୍କୁ ଏକଥା ବି କୁହାଯାଇଛି ଯେ, ଜେନେରିକ ଔଷଧ ଲେଖିବାକୁ ସେମାନେ ବାଧ୍ୟ । ଏଥିସହିତ ଅନାବଶ୍ୟକ ଔଷଧ, ଅଧିକ ଡୋଜ,ବଟକା ମଧ୍ୟ ଲେଖିବା ଉଚିତ ନୁହେଁ । ଯୁକ୍ତିଯୁକ୍ତ ଔଷଧ ଔଷଧ ଲେଖିବା ଉଚିତ । ନିୟମ ଭାଙ୍ଗିଲେ ଦଣ୍ଡବିଧାନ ଚେତାବନୀ ବି ଦେଇଛନ୍ତି ।

ଏହି ନିୟମକୁ ବାରମ୍ବାର ଖିଲାପ କରୁଥିବା ଡାକ୍ତରଙ୍କ ଲାଇସେନ୍ସ ବିଶେଷ ଅବଧି ପାଇଁ ରଦ୍ଦ କରାଯିବାର ବ୍ୟବସ୍ଥା ବି ରହିଛି । ଡାକ୍ତରଖାନା ଏବଂ ସ୍ଥାନୀୟ ଔଷଧ ଦୋକାନରେ ଜେନେରିକ ଔଷଧ ମହଜୁଦ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେବା ପାଇଁ ମଧ୍ୟ ଏଥିରେ କୁହାଯାଇଛି ।

 

Leave A Reply

Your email address will not be published.