Latest Odisha News

BREAKING NEWS

ସ୍ଵାଧୀନତା ଦିବସ: ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ନୂଆପଡା: ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ତେବେ ଚଳିତ ବର୍ଷ ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି ସଂପ୍ରଦାୟରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ଦମ୍ପତିଙ୍କୁ କରାଯାଇଛି ନିମନ୍ତ୍ରଣ ।

ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତିର ଯୁବଚାଷି ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀ ଯିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଛି । ସେଠାରେ ନିଜର ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ  କାର୍ଯ୍ୟକ୍ରମରେ ସାମିଲ ହେବେ । ଯାହାକୁ ନେଇ ଭୁଞ୍ଜିଆ ଦମ୍ପତି ବେଶ ଉତ୍ସାହିତ ହୋଇପଡିଛନ୍ତି ।

ଭୁଞ୍ଜିଆ ଦମ୍ପତି ଯୁବରାଜ ଛତ୍ରିଆ ଓ ତାଙ୍କ ପତ୍ନି ଆସମତି ନିଜ ଜମିରେ ଧାନ ଚାଷ ସହ ମିଲେଟ ଶସ୍ୟ ଚାଷ କରିଛନ୍ତି । ଗତବର୍ଷ ସୁନାବେଡା ଅଭୟାରଣ୍ୟରେ ପ୍ରଥମଥର ସଫଳତାର ସହ ଷ୍ଟ୍ରବେରି ଚାଷକରି ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ଦିଲ୍ଲୀଗସ୍ତ କରି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।

ଆଜି ଆଦିବାସୀ ଦମ୍ପତି ନୂଆପଡାରୁ ବସ୍ ଯୋଗେ ଭୂବନେଶ୍ଵର ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତାକାଲି ଭୂବନେଶ୍ଵରରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀକୁ ଯିବେ । ସେଠାରେ ଅଗଷ୍ଟ ୧୪,୧୫ ଓ ୧୬ ତାରିଖ ତିନିଦିନଧରି ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ରାଜପଥରେ ଯୋଗଦେବା ପାଇଁ  ନିମନ୍ତ୍ରଣ ମିଳିଥିବାରୁ ଭୁଞ୍ଜିଆ ଦମ୍ପତି ବେଶ ଖୁସି ଓ ଗର୍ବିତ ଅନୁଭବ କରିଛନ୍ତି । ଏଥିସହ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Leave A Reply

Your email address will not be published.