Latest Odisha News

BREAKING NEWS

୨୪ରୁ ଛୁଟିରେ ଯିବେ ସମସ୍ତ ଡାକ୍ତର, ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ କରିବେନି ସହଯୋଗ

ରାୟଗଡ଼ା: ଜୁଲାଇ ୨୪ରୁ ଛୁଟିରେ ଯିବେ ସମସ୍ତ ଡାକ୍ତର। ଆଜିଠାରୁ ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ ସହଯୋଗ କରିବେନି। ଗତ ୧୩ ତାରିଖରେ ଡାକ୍ତରଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏଭଳି ଆନ୍ଦୋଳନର ନିଷ୍ପତ୍ତି ନେଇଛି ଓମସା।

ରାଜ୍ୟସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓମସା ପକ୍ଷରୁ ସିଡିଏମଓ ଏବଂ ଜିଲ୍ଲାପାଳଙ୍କୁ ୫ ଦଫା ଏକ ଦାବିପତ୍ର ପତ୍ର ପ୍ରଦାନ କରାଯାଇଛି। ଗତ ୧୩ ତାରିଖରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାନରେ ପୋକ ପଶି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ଡାକ୍ତର ଚିକିତ୍ସା କରିବାକୁ ମନା କରିବାରୁ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା।

ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ଥାନାରେ ଏତଲା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ରୋଗୀଙ୍କ ସମ୍ପର୍କୀୟ। ଏପରି ଅଭିଯୋଗ କରି ସମ୍ପର୍କୀୟ ମେଡିକାଲ ପରିସରରେ ଭଙ୍ଗାରୁଜା କରି ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା ଦେଇ ନ୍ୟାୟ ଦାବିରେ ମରଶରୀର ରାସ୍ତା ଉପରେ ରଖି ଧାରଣା ଦେଇଥିଲେ।

ଏହି ଘଟଣାରେ ପୋଲିସ ଡାକ୍ତରଙ୍କୁ ଥାନାରେ ଡାକି ପଚରାଉଚୁରା କରିଥିଲା। ଡାକ୍ତରଙ୍କୁ ଭୟଭିତ କରାଯିବା ଚିନ୍ତାର ବିଷୟ ବୋଲି ଦର୍ଶାଇ ୫ ଦଫା ଦାବି ନେଇ ଏଭଳି ନିଷ୍ପତ୍ତି ନେଇଛି ସଂଘ।

Comments are closed.