Latest Odisha News

BREAKING NEWS

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ପ୍ରବଳ ବର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରାୟ ସମସ୍ତ ନଦୀବନ୍ଧ ସୁରକ୍ଷିତ ଥିବା ଶୁକ୍ରବାର ଦିନ କହିଛନ୍ତି ସରକାର ।

ଜଳ ସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଳକା ଓ ବୈତରଣୀ ଭଳି ନଦୀର ଜଳସ୍ତର ବୃଦ୍ଧି ପାଇଛି । ହେଲେ ବିଭିନ୍ନ ନଦୀବନ୍ଧ ଉଚ୍ଚ ଓ ସୁଦୃଢ ରହିଛି । ଯାହା ବନ୍ୟା ପରିସ୍ଥିତିକୁ ରୋକିପାରିବ ।

ବୈତରଣୀ ନଦୀର ଜଳ ପତ୍ତନ ୧୭.୮୫ମି. ରହିଥିବା ବେଳେ ବିପଦ ସଙ୍କେତ ୧୭.୮୩ ରହିଛି । ସେହିପରି ଜଳକାରେ ୬.୬ମି. ଜଳ ପ୍ରଭାବିତ ହେଉଥିବା ବେଳେ ଏହାର ବିପଦ ସଙ୍କେତ ୭.୨୫ ରହିଛି ।

“ନଦୀ ବନ୍ଧ ଗୁଡିକ ଭଲ ସ୍ଥିତିରେ ଥିବା ବେଳେ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ । ଏବେ ହୀରାକୁଦ ଜଳଭଣ୍ଡାରରେ ୨.୮୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨.୩୩ ଘନଫୁଟ ଜଳ ବାହାରୁଛି” ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.