Latest Odisha News

BREAKING NEWS

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର ।

୨୦ ବର୍ଷୀୟ ଦେବାଂଶି ଆଇଆଇଟି ଗୌହାଟ୍ଟୀର ଛାତ୍ରୀ ଅଟନ୍ତି । ଏହି ନିଲାମ ଅର୍ଥ ୫୫ ହଜାର ଟଙ୍କା ସିଧାସଳଖ ଏହାକୁ ବୁଣିଥିବା ଭାଗବତ ମେହେରଙ୍କ ଆକାଉଣ୍ଟକୁ ଯିବ । ଏହି ପାରମ୍ପରିକ ବୁଣା ଶାଢୀକୁ ବୁଣିବାକୁ ଭାଗବତଙ୍କୁ ଏକ ମାସ ଲାଗିଥିଲା । ଏ ନେଇ ଉତ୍କଳ ଅମ୍ରିତା ଟ୍ୱିଟରେ ସୂଚନା ଦେଇଛି ।

ଭୁୁବନେଶ୍ୱରର ସାବତ ଏକ୍ସପର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଶାଢୀକୁ ଉତ୍କଳ ଅମ୍ରିତା ବ୍ରାଣ୍ଡରେ ବିଦ୍ୟା ବାଲାନଙ୍କୁ ଉପହାର ଦିଆଯାଇଥିଲା ।

ନିଲାମରେ ବାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍କଳ ଅମ୍ରିତା ପକ୍ଷରୁ ଟ୍ୱିଟରେ ଧନ୍ୟବାଦ ଦିଆଯାଇଛି । ଫିଲ୍ମର ପ୍ରମୋସନ ପୂର୍ବ ଦିନ ବିଦ୍ୟା ବାଲନ ଏହି ଶାଢୀଙ୍କୁ ପିନ୍ଧିଥିବା ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାର ବୁଣାକାରଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ବହୁ ବ୍ୟକ୍ତି ଏହି ଶାଢୀଟିକୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଏହାର ନିଲାମ ଡାକିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.