ଭୁବନେଶ୍ୱର: ଜୁନ ୧୭ ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜର ଶିକ୍ଷକ, ଅଫିସର ତଥା ଅନ୍ୟ କର୍ମଚାରୀ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାରଙ୍କ ପକ୍ଷରୁ କୋଭିଡ ୧୯ ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡ୍ ଲାଇନକୁ ମାନି ସମସ୍ତ କର୍ମଚାରୀ କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢା କେବେଠୁ ଆରମ୍ଭ ହେବ ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ ଘୋଷଣା ହୋଇଥିବାକୁ କଲେଜଗୁଡିକୁ ବନ୍ଦ ରଖାଯାଇଥିଲା ।
Comments are closed.