Latest Odisha News

BREAKING NEWS

ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ ଶୁକ୍ରବାର ଦିନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମର ଟ୍ୱିଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗାସକନା ଅଞ୍ଚଳର ଜଣେ ୪୬ ବର୍ଷିୟା ମହିଳା ଅଛନ୍ତି, ଯାହାଙ୍କର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିଥିଲା। ସେହିପରି ଅନ୍ୟ ଜଣେ ରୋଗୀ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ ଏବଂ ସେ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାପଡିଛି।

ଗତ ଗୁରୁବାର ଦିନ ମଧ୍ୟ ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ।

ଏହି ସମୟ ମଧ୍ୟରେ ଆଉ ଚାରି ଜଣ ରୋଗୀ ସଂକ୍ରମଣରୁ ମୁକ୍ତି ପାଇଛନ୍ତି।

Leave A Reply

Your email address will not be published.