ଭୁବନେଶ୍ୱର: ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାହା ଫଳରେ ଯାତ୍ରୀ ମାନେ କିମ୍ବା ରେଳ ବ୍ୟବହାରକାରୀମାନେ ଏହି ନମ୍ବରକୁ ମନେ ରଖିବା ପାଇଁ ଏବଂ ରେଳବାଇ ସହିତ ଯୋଗାଯୋଗ କରିବା ସହଜ ହେବ।
ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଅଛି।
ଏହି ଐକିକ ହେଲ୍ପଲାଇନ ନମ୍ବର ୧୩୯ ଏଣିକି ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ବ୍ୟବହୃତ ହେବଜ୍ଝ ଏହି ହେଲ୍ପଲାଇନ ନମ୍ବର ୧୩୯ ସମସ୍ତ ବିଦ୍ୟମାନ ହେଲ୍ପଲାଇନ ନମ୍ବରକୁ ମିଶ୍ରିତ କରିଛି ଯାହା ରେଳବାଇ ସହିତ ସଂଯୋଗ ହେବା ପାଇଁ ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ ରଖିବା ସହଜ ହୋଇପାରିବ| ଜୋନାଲ ରେଳବାଇ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପ ଲାଇନ ନମ୍ବର କିମ୍ବା ଅଭିଯୋଗ ସଂଖ୍ୟା ବୃଦ୍ଧି କରିବ ନାହିଁ।
ହେଲ୍ପଲାଇନ ନମ୍ବର-୧୩୯ ରେଳ ବ୍ୟବହାରକାରୀଙ୍କୁ ଏକୀକୃତ ସେବା ପ୍ରଦାନ କରିବଜ୍ଝ ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା| ସାଧାରଣ ଅଭିଯୋଗ ଏବଂ କ୍ଲିନ ମାଇଁ କୋଚ୍-୧୩୮, ଦୁର୍ଘଟଣା ଏବଂ ନିରାପତ୍ତା – ୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା – ୧୮୨ ବର୍ତ୍ତମାନ ଏକୀକୃତ ହୋଇଛି ଏବଂ ରେଳ ବ୍ୟବହାରକାରୀମାନେ ବର୍ତ୍ତମାନ ଐକିକ ହେଲ୍ପଲାଇନ ନମ୍ବର ବ୍ୟବହାର କରୁଛନ୍ତି।
ଇଣ୍ଟିଗ୍ରେଟେଡ୍ ବା ମିଶ୍ରିତ ହେଲ୍ପଲାଇନ ନମ୍ବର-୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ ଏବଂ ଓଠଜଝ (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ଉପରେ ଆଧାରିତ।
ସମସ୍ତ ପ୍ରକାର ମୋବାଇଲ୍ ବ୍ୟବହାରକାରୀ ୧୩୯ରେ ଯେପରି କଲ୍ କରିପାରିବେ ସେଥିପାଇଁ ଐକିକ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଅଛି।
ହେଲ୍ପଲାଇନ ନମ୍ବରର ଇଣ୍ଟିଗ୍ରେଟେଡ୍ ସେବା-୧୩୯ ଯାତ୍ରା ସମୟରେ ଶୀଘ୍ର ଅଭିଯୋଗ ସମାଧାନ ଏବଂ ଅନୁସନ୍ଧାନରେ ସାହାଯ୍ୟ କରିବ। ୧୩୯ ଡାଏଲ୍ କରିବା ଦ୍ୱାରା ଆଇଭିଆରଏସ୍ ବାଛିବା ପାଇଁ ମେନୁ ବିକଳ୍ପଗୁଡ଼ିକ ସହିତ ଉପସ୍ଥାପିତ ହେବ ଏବଂ ତାହା ତୁରନ୍ତ କେନ୍ଦ୍ରୀୟ କାର୍ୟ୍ୟନିର୍ବାହୀ ମାନଙ୍କୁ କଲ୍ କରିବାକୁ ସଂଯୋଗ ହେବ।
ଟ୍ରେନ ଚଳାଚଳର ମୁଖ୍ୟ ଦରକାରୀ ଅନୁସନ୍ଧାନ ଯଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନଗୁଡିକର ପିଏନଆର ସ୍ଥିତି, ଟିକେଟ୍ (ଜେନେରାଲ୍ ଏବଂ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍ ବାତିଲ୍, ଭଡା, ଗନ୍ତବ୍ୟ ସ୍ଥଳ ଇତ୍ୟାଦି ଜାଣିବା ପାଇଁ ଉପଭୋକ୍ତା ମାନେ ଏଥିରେ କଲ୍ କରିବା ସହିତ ଏସଏମଏସ ମଧ୍ୟ କରିପାରିବେ।
ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍ କଲ୍, ଅନ୍-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଇତ୍ୟାଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ। ହେଲ୍ପଲାଇନ୍ ନମ୍ବର ୧୩୮ ଏବଂ ୧୮୨କୁ ଅପସାରିତ କରାଯିବ ଏବଂ କେବଳ ଐକିକ ହେଲ୍ପଲାଇନ୍ ନମ୍ବର ୧୩୯ କୁ କାର୍ଯ୍ୟକ୍ଷମ କରାଯିବ।
Comments are closed.