Latest Odisha News

BREAKING NEWS

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ।

ସେହିପରି ଜାନୁଆରୀ ୨୫ରେ କଟକ, ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର, କନ୍ଧମାଳ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ଆଶଙ୍କା ରହିଛି।

ତେବେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତିର ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.