Latest Odisha News

BREAKING NEWS

ଅସାବଧାନତା ଯୋଗୁଁ ଆଙ୍ଗୁଠି ହରାଇ ପାରନ୍ତି ସାପ ଉଦ୍ଧାରକାରୀ

ବାରିପଦା: ସାମାନ୍ୟ ଅସାବଧାନତା ସୃଷ୍ଟି କରେ ଅନେକ ସମସ୍ୟା । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ବଡ଼ ସାହି ଗାଁଣରେ । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାଢ଼େ ୩ ଫୁଟ ଲମ୍ବର ବଡ଼ ଚନ୍ଦନ ବୋଡା ସାପ ଉଦ୍ଧାର କରିଥିଲେ ସାପ ଉଦ୍ଧାରକାରୀ ଯତୀନ ନାୟକ । ଏହା ପରେ ଏକ ଛୋଟିଆ ପ୍ଲାଷ୍ଟିକ ଡବା ଭିତରେ ତାକୁ ପୁରେଇବା ବେଳେ ସାପଟି ତାଙ୍କୁ କାମୁଡ଼ା ଦେଇଥିଲା । ପ୍ରଥମେ ତାଙ୍କୁ ବାରିପଦା ସ୍ଥିତ ମେଡିକାଲ କଲେଜ ରେ ଭର୍ତି କରି ୧୦ ଭାଏଲ ଆଣ୍ଟି ଭେନମ ଦିଆ ଯାଇଥିଲା । ପରେ କାମୁଡିଥିବା ଆଙ୍ଗୁଠିଟି ନୀଳ ପଡିଯିବା କାରଣରୁ ତାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଙ୍ଗୁଠିଟି ପ୍ରଥମ ଗଣ୍ଠି ଯାଏଁ ସମ୍ପୂର୍ଣ କଳା ପଡିଯାଇଥିବା କାରଣରୁ ତାକୁ ଦରକାର ପଡିଲେ କାଟିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି । ସାଧାରଣତଃ ସାପକୁ ଧରିବା ପରେ ମୁଣିରେ ଭର୍ତ୍ତି କରାଯାଉଥିବା ବେଳେ ଏକ ଛୋଟ ଡବାରେ ପୂରାଇବା ଯୋଗୁଁ ଯତୀନଙ୍କର ଏପରି ଅବସ୍ଥା ହୋଇଥିବା ସେ ନିଜେ କହିଛନ୍ତି ।


ସାପ ଉଦ୍ଧାର ବେଳେ ଏହାକୁ ପ୍ଲାଷ୍ଟିକ ଡବା ବା ବୋତଲ ବ୍ୟବହାର ନେଇ ୨୦୧୭ ମସିହାରୁ ସ୍ନେକ ହେଲ୍ପ ଲାଇନ ତରଫରୁ ବାରଣ କରାଯାଇଛି । ସାପଧରାଳୀମାନେ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ କାମ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଯତୀନ ଯଦି ପ୍ଲାଷ୍ଟିକ ମୁଣି ବ୍ୟବହାର କରିଥାନ୍ତେ ତେବେ ଏହି ଦୁର୍ଘଟଣା ଏଡାଇ ଦେଇ ପାରିଥାନ୍ତେ ବୋଲି ସ୍ନେକ ହେଲପଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.