Latest Odisha News

BREAKING NEWS

ଆର ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ବିଜୁଳି

ଭୁବନେଶ୍ବର: ସବୁ ଗାଁକୁ ମିଳିବ ବିଜୁଳି । ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଆଜି ବିଧାନସଭାରେ ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଏଥିସହିତ ବିଧାୟକଙ୍କ ଜିଲ୍ଲାସ୍ତରୀୟ କମିଟି ନିୟମିତ କାହିଁକି ବସୁନି ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଆପଣଙ୍କ ସରକାର ଥିଲା, ଆପଣ କହିପାରିବେ, କାହିଁକି ପୂର୍ବରୁ କମିଟି ବସୁନଥିଲା ବୋଲି ପାଲଟା ପ୍ରଶ୍ନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଉପମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ନୂଆ ସରକାର ୩ ମାସ ହେବ ଆସିଛି । ଏବେ ନିୟମିତ କମିଟି ବସିବ ବୋଲି ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.