Latest Odisha News

BREAKING NEWS

ମିଶନ ଶକ୍ତିର ପ୍ରତ୍ୟେକ ମାଆ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତିର ପ୍ରତ୍ୟେକ ମାଆ ଜଣେ ଜଣେ କରୋନା ଯୋଦ୍ଧା । ରାଜ୍ୟର ଗ୍ରାମାଂଚଳରେ ନିଜ ଜୀବନକୁ ସେମାନେ ବାଜି ଲଗାଇ କରୋନା ସହ ଲଢ଼ୁଛନ୍ତି । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା’ ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ ଦୁଇ ମାସ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।

ମିଶନ ଶକ୍ତିର ମା’ ମାନେ କରୋନା ଲଢେଇ ଆରମ୍ଭରୁ ହିଁ ଉତ୍ସାହ ଓ ନିଷ୍ଠାର ସହ ନିଜ ନିଜ ଗାଁ, ପଲ୍ଲୀ ଓ ୱାର୍ଡରେ କାମ କରୁଛନ୍ତି । ପ୍ରକୃତରେ ସେମାନେ ହିଁ କରୋନା ଯୁଦ୍ଧ ଲଢୁଛନ୍ତି । ଘରେ ବସି ମିଶନ ଶକ୍ତିର ମା’ ଭଉଣୀମାନେ ୪୦ ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି । ୮ହଜାର ମହିଳା ଲୋକଙ୍କ ଘରେ ପରିବା ଓ ରାସନ ପହଁଚାଇଛନ୍ତି ।

ପଞ୍ଚାୟତସ୍ତରରେ ଦେଢ କୋଟିରୁ ଅଧିକ ମିଲ ତିଆରି କରି ଅସହାୟ ଓ ନିରାଶ୍ରୟଙ୍କୁ ବାଂଟିଛନ୍ତି । କେବଳ କରୋନା ଯ଼ୁଦ୍ଧରେ ନୁହେଁ ବରଂ ଗ୍ରାମୀଣ ଅର୍ଥନୀତିର ସୁଧାର ପାଇଁ ସେମାନେ ବଡ଼ ଭୂମିକା ନେଇଛନ୍ତି । ମିିଶନ ଶକ୍ତିର ମାଆମାନେ ମାଛ ଚାଷ, ଛତୁ, ପନିପରିବା, ପିଡିଏସ ସାମଗ୍ରୀ ବଣ୍ଟନ, ମନରେଗା ଆଦି କାର‌୍ୟ୍ୟର ମଧ୍ୟ ନେତୃତ୍ୱ ନେଉଛନ୍ତି । କିଛି ଜିଲ୍ଲାରେ ମହିଳାମାନେ କ୍ୱାରେଣ୍ଟାନ ସେଣ୍ଟରର ପରିଚାଳନା ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ।

Leave A Reply

Your email address will not be published.