Latest Odisha News

BREAKING NEWS

ସର୍ବଭାରତୀୟ ପୋଲିସ ହକି: ସିଆରପିଏଫ- ଏସଏସବି, ପଞ୍ଜାବ-ସିଆରପିଏଫ ମଧ୍ୟରେ ଖେଳାଯିବ ଫାଇନାଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ଉଭୟ ବିଭାଗର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛ । ମହିଳା ବିଭାଗରେ ସିଆରପିଏଫ-ଏସଏସବି ଏବଂ ପୁରୁଷ ବିଭାଗରେ ପଞ୍ଜାବ-ସିଆରପିଏଫ ମ୍‌ୟରେ ଫାଇନାଲ ମ୍ୟାଚ ମଙ୍ଗଳବାର ଖେଳାଯିବ । ମହିଳା ବିଭାଗର ପ୍ରଥମ ସେମିଫାଇନାଲରେ ସିଆରପିଏଫ ୧-୦ ଗୋଲରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିରେ ଏସଏସବି ଘରୋଇ ଓଡିଶା ଦଳକୁ ୨-୧ ଗୋଲରେ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ।

ପୁରୁଷ ବିଭାଗର ପ୍ରଥମ ସେମିରେ ପଞ୍ଜାବ ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ୭-୨ ଗୋଲରେ ଆଇଟିବିପିକୁ ହରାଇଥିଲା । ଦ୍ୱିତୀୟ ସେମିରେ ସିଆରପିଏଫ ୩-୧ ଗୋଲରେ ବିଏସଏଫକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ମହିଳା ବିଭାଗ ଫାଇନାଲ ଅପରାହ୍ନ ୪ଟା ଏବଂ ପୁରୁଷ ବିଭାଗ ମୁକାବିଲା ସନ୍ଧ୍ୟା ୬ଟାରେ ଖେଳାଯିବ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ ଇଡକୋ ଭୂପିନ୍ଦର ସିଂ ପୂନିଆଙ୍କ ସମେତ ଦୟାଲ ଗଙ୍ଗାଧର, ଏସ.ସାଇନି ଓ ଅନୂପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Comments are closed.