Latest Odisha News

BREAKING NEWS

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଅଲ ଲଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ କଲିକତାର ରାମଲିଲା ପାର୍କ ଠାରେ ବିଶାଳ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ମଙ୍ଗଳବାର ଦିନ ପ୍ରକାଶ୍ୟ ଅଧିବେଶନ ମଧ୍ୟଦେଇ ଉଦଘାଟିତ ହୋଇ ଯାଇଛି ।

ଭାରତବର୍ଷର ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟକର ଏହି ସମ୍ମିଳନୀକୁ ଉଦଘାଟନ କରି ଦେଶବ୍ୟାପି ସାମ୍ପ୍ରଦାୟିକତାବାଦ, ଦୁର୍ନିତୀ, ପୁଞ୍ଜିବାଦବିରୁଦ୍ଧରେ ପ୍ରତିରୋଧ ସଂଗ୍ରାମ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।

ସର୍ବଭାରତୀୟ ସଭାନେତ୍ରୀ ଛାୟା ମୂଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏସ.ୟୁ.ସି.ଆଇ(ସି)ର ପଲିଟ୍‌ବ୍ୟୁରୋ ସଦସ୍ୟ କମ୍ରେଡ ସୈାମେନ ବୋଷ, ସର୍ବଭାରତୀୟ ସମ୍ପାଦକ କେୟା ଦେ, ଡ.ସୁଧା କାମତ, କଳ୍ପନା ଦତ୍ତ, ମିନାକ୍ଷୀ ଯୋଷୀ, ଛବି ମହାନ୍ତି, ବି.ଆର.ଅପର୍ଣ୍ଣା,ଡ.ମେନେକା ବସୁ ରାୟ, ଶୈଲା କେ ଜନ ପ୍ରମୂଖ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଦେଶରେ ନାରୀମାନଙ୍କ ଉପରେ କ୍ରମବର୍ଦ୍ଧିଷ୍ଣ ଆକ୍ରମଣବିରୁଦ୍ଧରେ ସଂଗ୍ରାମକୁ ତିବ୍ରତର କରିବା ସହ ଅଶ୍ଳୀଳତା, ମଦ ମାଦକଦ୍ରବ୍ୟକୁ ବନ୍ଦ କରିବା, ତଥା ଦେଶରେ ଦରଦାମ ବୃଦ୍ଧି ଓ ଅନ୍ୟାନ ଜ୍ୱଳନ୍ତ ସମସ୍ୟା ସମାଧାନ ପାଇଁ ମହିଳାମାନଙ୍କୁ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ ।

ଜନଗଣଙ୍କୁ ସେମାନଙ୍କର ସମସ୍ୟା ପାଖରୁ ଦୁରେଇ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଚରମ ବିଭାଜନକାରୀ ସି.ଏ.ଏ, ଏନଆରସି, ଏନଆରପି ନୀତିକୁ ସେମାନେ ଘୋର ନିନ୍ଦା କରିବା ସହ ଏହା ବିରୁଦ୍ଧରେ ସଂଗ୍ରାମକୁ ଶକ୍ତିଶାଳୀ କରିବାକୁ କହିଥିଲେ । ଏହା ନୀତି ବିରୁଦ୍ଧରେ ଆସିଥିବା ଏକ ପ୍ରସ୍ତାବ ସେଠାରେ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା ।

ବଙ୍ଗଳାଦେଶରୁ ଆଗତ ପ୍ରତିନିଧି ବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ମହାନ ଲେନିନ୍‌ଙ୍କ ମୃତ୍ୟୁ ଦିବସ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସମ୍ମିଳନୀର ବିଶାଳ ଶୋଭାଯାତ୍ରା ଆଗେଇ ଆସିଥିଲା ।

ଏହି ସମ୍ମିଳନୀର ପ୍ରତିନିଧି ଅଧିବେଶନ ୨୨ଜାନୁୟାରୀରେ ଆରମ୍ଭ ହୋଇ ମହାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦିନ ଉଦଯାପିତ ହେବ । ଏହି ସମ୍ମିଳନୀରେ ଓଡିଶା ରାଜ୍ୟ କମିଟିର ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକ ସ୍ୱୟଂପ୍ରଭା ନାୟକଙ୍କ ନେତୃତ୍ୱରେ ପ୍ରକାଶ୍ୟ ଅଧିବେଶନରେ ଓଡିଶାରୁ୧୫୦୦ ମହଳା ପ୍ରତିନଧି ଯୋଗ ଦେଇଛନ୍ତି ।

Leave A Reply

Your email address will not be published.