Latest Odisha News

BREAKING NEWS

ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡିଂ କଲେ ପୁଣି ଜଣେ ଯୁବକ

ଟିଟଲାଗଡ: ଗତ ଜାନୁଆରୀ ୧୮ ତାରିଖ ଦିନ ଟିଟଲାଗଡ ରେଳ ଷ୍ଟେସନରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବା ଘଟଣାର ଭିଡିଓ ବୁଧବାର ଦିନ ଭାଇରାଲ ହୋଇଛି ।

ଉକ୍ତ ଭିଡିଓରେ ପ୍ରତାପ ବାରିକ ନାମକ ଜନୈକ ଯୁବକ ଅନଲାଇନ୍ ଦ୍ୱାରା ତାଙ୍କର ୭୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ କହିଥିଲେ ।

ଆହୁରି ମଧ୍ୟ ଲୋକପ୍ରିୟ ଟିଭି ଶୋ କୋନ ବନେଗା କରୋଡପତି (କେବିସି)ରେ ସେ ପ୍ରାୟ ୨୫ ଲକ୍ଷ ଟଙ୍କା ଜିତିଥିବା ନେଇ ରାଣା ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଟ୍ୟାକ୍ସରୁ ବଞ୍ଚିବା ଲାଗି ତାଙ୍କୁ ଅଲଗା ଅଲଗା ବ୍ୟାଙ୍କ ଖାତାରେ ପାଖାପାଖି ୪ଟି କିସ୍ତିରେ ୭୦,୦୦୦ ଟଙ୍କା ଜମା କରିବା ପାଇଁ କହିଥିଲେ ।

ଭିଡିଓ ଶେଷରେ ସେ ଏହିଭଳି ଠକେଇ ଯୋଗୁଁ ଆତ୍ମହତ୍ୟା କରୁଥିବା ନେଇ କହିଥିଲେ ।

ପୂର୍ବରୁ ଅନେକ ଥର ପୋଲିସ ଓ ବିଶେଷଜ୍ଞ ଟିମ୍ ଜନ ସାଧାରଣଙ୍କୁ ଏହିଭଳି ଫୋନ୍ କଲରୁ ଦୂରେଇ ରହିବା ଲାଗି ସତର୍କ କରାଇଛନ୍ତି ।

ତେବେ ଚଳିତ ମାସ ଆରମ୍ଭରୁ ଜଣେ ଯୁବକ ଠିକ୍ ଏହିଭଳି କଟକ ଠାରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁବା ପୂର୍ବରୁ ନିଜ ସେଲଫୋନରେ ଭିଡିଓ ରେକର୍ଡିଂ କରିଥିଲେ ।

Leave A Reply

Your email address will not be published.