Latest Odisha News

 ସାବଧାନ!, ଲୁଣ ଓ ଚିନିରେ ରହିଛି ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଲୁଣ କିମ୍ବା ଚିନି ମାତ୍ରା ଠାରୁ ଅଧିକ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସମସ୍ତେ ଜାଣନ୍ତି । ଏହା ଅଧିକ ମାତ୍ରାରେ ସେବନ ଦ୍ବାରା ମଧୁମେହ, ଶରୀରରେ ଇନଫ୍ଲାମେସନ ସହିତ ଉଚ୍ଚରକ୍ତଚାପ ଏବଂ ହୃଦଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଖାଲି ଯେ ଏତିକି ତାହା ନୁହେଁ ବେଳେ ବେଳେ ଏଥିରୁ କର୍କଟ ରୋଗ ମଧ୍ୟ ହୋଇଥାଏ ।

ଏଭଳି ସ୍ଥିତିରେ ଯଦି କୁହାଯାଏ ଯେ ଲୁଣ ଚିନିରେ ପ୍ଲାଷ୍ଟିକ ମିଶିକି ଆସୁଛି । ଏହା ଶୁଣି ଭୟଭୀତ ହେବା ନିଶ୍ଚିତ । କାରଣ କିଛି ଏମିତି ଏକ ଅଧ୍ୟୟନ ରୁ ଜଣାପଡିଛି ଯେ, ଭାରତୀୟ ବ୍ରାଣ୍ଡ ବା ଭାରତରେ ପ୍ରସ୍ତୁତ ହେଉଥିବା ଲୁଣ କିମ୍ବା ଚିନିରେ ମାଇକ୍ରୋପ୍ଲାଷ୍ଟିକ୍ସ ରହିପାରେ । ଅର୍ଥାତ୍ ଆପଣ ପ୍ରତିଦିନ ଖାଉଥିବା ଲୁଣ ଓ ଚିନିରେ ପ୍ଲାଷ୍ଟିକ୍ ବି ଖାଉଛନ୍ତି । ସେ ବଡ ପ୍ୟାକେଟ ହେଉକି ଛୋଟ ପ୍ୟାକେଟ କି ଭଲ ବ୍ରାଣ୍ଡର ସବୁଥିରେ ମାଇକ୍ରୋପ୍ଲାଷ୍ଟିକର ପରିମାଣ ରହୁଛି । ଯାହା ଶରୀରରେ କର୍କଟ ଜନ୍ମ କରିବାରେ ଏକ ବଡ କାରକ ।

କିଛି ଏମିତି ପରୀକ୍ଷଣ କରି ଚେତାଇ ଦେଇଛି ପରିବେଶ ଅନୁସନ୍ଧାନ ସଂଗଠନ ଟକ୍ସିକ୍ସ ଲିଙ୍କ୍ । ଯାହା ବଜାରରେ ଓ ଅନଲାଇନ ମାର୍କେଟରେ ମିଳୁଥିବା ପ୍ରାୟ ୧୦ ପ୍ରକାର ଲୁଣ ଓ ୫ ପ୍ରକାର ଚିନିକୁ ପରୀକ୍ଷା କରି ଗତ ୧୩ ଅଗଷ୍ଟରେ କିଛି ଏମିତି ଅଧ୍ୟୟନ ପ୍ରକାଶ କରିଛି । ଯାହାକୁ “ମାଇକ୍ରୋପ୍ଲାଷ୍ଟିକ ଇନ୍ ସଲ୍ଟ ଏଣ୍ଡ ସୁଗାର” ନାମରେ ନାମିତ କରାଯାଇଛି । ଏହାକୁ ନେଇ ପରୀକ୍ଷକମାନେ କହିଛନ୍ତି, ଲୁଣ ଓ ଚିନିରେ ଥିବା ଏହି ମାଇକ୍ରୋପ୍ଲାଷ୍ଟିକ୍ ବିଭିନ୍ନ ଆକାରରେ ରହିଥାଏ, ଯେମିତି ବିଭିନ୍ନ କଣିକା, ଫାଇବର, ଛୋଟ ଛୋଟ ଖଣ୍ଡ ଆକାରରେ ମିଶିକି ଥାଏ । ଯାହାର ଆକାର ୦.୧ ମିମିରୁ ୫ ମିମି ଯାଏଁ ହୋଇଥାଏ । ମାଇକ୍ରୋପ୍ଲାଷ୍ଟିକର ସବୁଠୁ ବେଶୀ ମାତ୍ରା ଆୟୋଡିଜ୍ଡ ଲୁଣରେ ହିଁ ଦେଖିବାକୁ ମିଳିଛି ।

ଏହି ଆକାରରେ ମାଇକ୍ରୋପ୍ଲାଷ୍ଟିକ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଯାହା କେବଳ କର୍କଟ ରୋଗ କରେ ତାହା ନୁହେଁ ବରଂ ମସ୍ତିଷ୍କ ଏବଂ ସ୍ନାୟୁ ସମ୍ବନ୍ଧୀୟ ରୋଗର କାରଣ ମଧ୍ୟ ହୋଇପାରେ  ।

ଏହାସହିତ ପ୍ଲାଷ୍ଟିକ ବୋତଲରେ ମଧ୍ୟ ପାଣି ପିଇବା ପାଇଁ ସତର୍କ କରାଇଛନ୍ତି ବିଶେଷଜ୍ଞ । ପ୍ଲାଷ୍ଟିକ୍ ବୋତଲରେ ଥିବା ପ୍ରତ୍ୟେକ ଲିଟର ପାଣିରେ ୧ ଲକ୍ଷରୁ ଅଧିକ ମାଇକ୍ରୋସ୍କୋପିକ୍ ଖଣ୍ଡ ରହିପାରେ |  କେବଳ ଗୋଟିଏ ବୋତଲ ପାଣି ପିଇ ଆମେ ଆମ ଶରୀରରେ ୧୦ ଗୁଣ ଅଧିକ ପ୍ଲାଷ୍ଟିକକୁ ପ୍ରବେଶ କରିବାକୁ ଅନୁମତି ଦେଉଛୁ  ବୋଲି କହିଛନ୍ତି ବିଶେଷଜ୍ଞ । ପ୍ଲାଷ୍ଟିକର ଛୋଟ ଖଣ୍ଡଗୁଡ଼ିକୁ ବୋତଲର ତଳୁ ବାହାର କରାଯାଇଥାଏ, ଯାହାକୁ ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନାନୋପ୍ଲାଷ୍ଟିକ୍ କୁହାଯାଏ  । ଏହା ଶରୀର ଭିତରକୁ ଯାଇ ସମୟ ସହିତ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ |

Comments are closed.