Latest Odisha News

ରାଜ୍ୟରେ ନେପାଳି ମାନଙ୍କୁ ଟିକା

ଭୁବନେଶ୍ୱର: ଓଡ଼ିଶ।ରେ ନେପାଳି ମାନେ ନେବେ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି । ତେବେ ବାହାରୁ ଆସି ଓଡ଼ିଶାରେ ରହୁଥିବା ନେପାଳି ମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ । ଏନେଇ ସେମାନେ ସ୍ଲଟ ବୁକ୍ କରି ଟିକା ନେଇ ପାରିବେ ନାହିଁ ।

ତେଣୁ ସମସ୍ୟା ବଢିବା ପୂର୍ବରୁ ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବାକୁ ନିଷ୍ପତି ନିଆଯାଇଛି । ସମସ୍ତ ନେପାଳି ମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବାକୁ ନିର୍ଦ୍ଦେଶ କରାଯାଇଛି । ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ସହିତ ଭୁବନେଶ୍ୱରରୁ ନେଇ କଟକ ଓ ରାଉରକେଲା କର୍ପୋରେସନରେ ବି ଟିକାକରଣ କରାଯିବାକୁ କୁହାଯାଇଛି ।

Leave A Reply

Your email address will not be published.