Latest Odisha News

BREAKING NEWS

ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ

ପୁରୀ : ଅଲ ଓଡ଼ିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ । ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍ ଆୟୋଜନ କରାଯାଉଛି । ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା , ପୁରୁଷ ଏବଂ ମହିଳା ବିଭାଗରେ ପ୍ରତିଯୋଗିତା ହେଉଛି ।

ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।ଏହି ଅବସରରେ ଜିଲ୍ଲାର ବରିଷ୍ଠ କୁସ୍ତିବିଦ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ରାଜ୍ୟ କୁସ୍ତି ସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀ ହରିହର ପଟ୍ଟନାୟକ, ସଭାପତି ଶ୍ରୀ ରାମଚନ୍ଦ୍ର ପାଢୀ, ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.