Latest Odisha News

BREAKING NEWS

ଦୁର୍ଘଟଣା ରୋକିବା ପାଇଁ ପ୍ରଶିକ୍ଷଣ ପାଇବେ ରାସ୍ତାକଡ଼ ଦୋକାନୀ

କଟକ: ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ଆହତ ହେଉଛନ୍ତି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ଏହାକୁ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ହେଲେ ଏଥର ସାମିଲ ହେବାକୁ ଯାଉଛନ୍ତି ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠା ଦୋକାନୀ, ଟାୟାର ଦୋକାନୀ, ବସ୍ କର୍ମଚାରୀ।

ଏହିପରି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପରିବହନ ବିଭାଗ। ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ କିପରି ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲକୁ ପଠାଇବ ସେ ନେଇ ତାଲିମ୍ ଦିଆଯିବ। ଏଥିପାଇଁ ପାଖାପାଖି ୩୦ ହଜାର ବ୍ୟକ୍ତିଙ୍କୁ ପ୍ରଶିକ୍ଷଣରେ ସାମିଲ କରାଯିବ। ବିଭାଗ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ବ୍ଲାକ ସ୍ପଟ୍ ହଟାଇବା ପାଇଁ ବିକଳ୍ପ ପନ୍ଥା ହୋଇଛି। ଏବେ ସୁଦ୍ଧା ୧୪ଟି ଜିଲ୍ଲାର ଏହି ବ୍ଲାକ ସ୍ପଟ୍ ଅଡ଼ିଟ୍ ଶେଷ ହୋଇସାରିଛି। ଅନ୍ୟ ଜିଲ୍ଲାରେ ଶେଷ ହୋଇଗଲେ ବ୍ଲାକ ସ୍ପଟ୍ ହଟାଯିବ ବୋଲି ପରିବହନ ବିଭାଗ ଲକ୍ଷ୍ୟ ରଖିଛି।

ଏପଟେ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବସ୍ ମାଲିକ, ପେଟ୍ରୋଲ ପମ୍ପ କର୍ମଚାରୀ। ପରିବହନ ବିଭାଗ କରିଥିବା ଯୋଜନା କାର୍ଯ୍ୟକାରୀ କଲେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଆହୁରି ଅଧିକ ସେବା ଯୋଗାଇଦେବେ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଆସନ୍ତା ୨୦୩୦ ସୁଦ୍ଧା ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତକୁ ହ୍ରାସ କରାଇବାକୁ ଟାର୍ଗେଟ ରଖାଯିବା ନିମନ୍ତେ ଦଶବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.