Latest Odisha News

କରୋନା କ୍ଷତି: ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘକୁ ଆର୍ଥିକ ସହାୟତା ଦାବି

ଭୁବନେଶ୍ୱର: କୋଭିଡ୧୯ ଯୋଗୁଁ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଲେୟାର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଖୁବ୍ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହୋଇଛି ।

ଗତ କିଛି ଦିନ ସପ୍ତାହ ହେଲା ଅଣ୍ଡା ବିକ୍ରି କମିଛି । କୋଭିଡ୧୯ ସଂକ୍ରମଣ ଭୟରେ ଲୋକେ ଅଣ୍ଡା ଖାଉନାହାନ୍ତି । ବର୍ତ୍ତମାନ ସରକାରଙ୍କର ମଧ୍ୟାହ୍ନ ଭୋଜନ ସମେତ ଅନ୍ୟାନ୍ୟ ଯୋଜନା ବନ୍ଦ ରହିଥିବାରୁ କାରଣରୁ ମଧ୍ୟ ବିକ୍ରି କମିଛି । ଲକ୍ ଡାଉନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ମଧ୍ୟ ଅଣ୍ଡା ବିକ୍ରି ନେଇ ବାଧକ ସୃଷ୍ଟି ହେଉଥିବା ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି ।

ଗତବର୍ଷ ଫନି ପରଠାରୁ ମଧ୍ୟ ଏହି ଚାଷୀମାନେ ଅଧିକ ଲାଭ କରିପାରିନଥିବା ସଂଘ ଅଭିଯୋଗ କରିଛି ।

Comments are closed.