Latest Odisha News

ଫିଲ୍ମ ‘ଜେଲର’ ପାଇଁ ଛୁଟି ରହିବ ସବୁ ଅଫିସ୍, ଜାଣନ୍ତୁ କେଉଁ ରାଜ୍ୟରେ ହେଲା ଛୁଟି ଘୋଷଣା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ । ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି ।ତେଣୁ ଫିଲ୍ମ ‘ଜେଲର’ ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି । ରଜନୀକାନ୍ତ ପ୍ରାୟ ୨ ବର୍ଷ ବ୍ୟବଧାନରେ ବଡ଼ ପରଦାରେ ନଜର ଆସୁଛନ୍ତି। ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ଖୁସି ଖବର। ତେବେ ଫିଲ୍ମ ‘ଜେଲର’ ରିଲିଜ ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ୧୦ ଅଗଷ୍ଟରେ ଛୁଟି ଘୋଷଣା କରାଯାଇଛି।

ଖବର ଅନୁଯାୟୀ, ‘ଜେଲର’ ଟିଜର ହେବା ପରେ ଏହା ଦର୍ଶକଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେଇଛି । କେବଳ ଭାରତରେ ନୁହେଁ ଫିଲ୍ମ ଜେଲର ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଫିଲ୍ମ ଜେଲର ବିଦେଶରେ ୧୦କୋଟି ଟଙ୍କା ଅଗ୍ରୀମ ବୁକିଂ ଅତିକ୍ରମ କରିଛି । ଜେଲର ହେଉଛି ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ ପ୍ୟାକ୍ ଫିଲ୍ମ । ଯେଉଁଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ନଜର ଆସିବେ । କୁହାଯାଉଛି ଯେ ନିର୍ଦ୍ଦେଶକ ସଫଳତାର ସହିତ ଚଳଚ୍ଚିତ୍ରରେ ଭାବପ୍ରବଣତାର ଏକ ଜାଲ ବୁଣିଛନ୍ତି ଏବଂ ନିକଟରେ ସ୍କ୍ରିନିଂ ସରିବା ପରେ ଫିଲ୍ମର ସଫଳତା ନେଇ ସମସ୍ତେ ଆଶା ପ୍ରକଟ କରିଛନ୍ତି।

ପୂର୍ବରୁ ରିଲିଜ୍ ହୋଇଥିବା ଏକ ଶୋ’ରେ ରଜନୀକାନ୍ତଙ୍କ ଚରିତ୍ର ‘ଟାଇଗର’ ମୁଥୁଭେଲ୍ ପାଣ୍ଡିଆନ୍ ଦୁଇଟି ଭିନ୍ନ ଅବତାରରେ ପରିଚିତ ହୋଇଥିଲେ। ସୁପରଷ୍ଟାର ରଜନିକାନ୍ତ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀଙ୍କ ପିତା ଭୂମିକାରେ ଅଭିନୟ କରୁଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ ଜଣେ ସାଧାରଣ ଲୋକ କିପରି ଖଣ୍ଡା,ବନ୍ଧୁକ ପରି ହତିଆର ସହିତ ଖରାପ ଲୋକମାନଙ୍କ ବିରୁଦ୍ଧରେ ନ୍ୟାୟର ଲଢ଼େଇ ଲଢୁଛି।

Comments are closed.