Latest Odisha News

BREAKING NEWS

All Party Meet: କାଲିଠୁ ଆରମ୍ଭ ବିଧାନସଭା, ସବୁଦଳର ସହଯୋଗ ଲୋଡିଲେ ବାଚସ୍ପତି, ବାତ୍ୟା-ବନ୍ୟା ପ୍ରସଙ୍ଗରେ ଉଷ୍ମ ହେବ ଶୀତ ଅଧିବେଶନ

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ସବୁଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ଗୃହ କାର୍ଯ୍ୟ ସୁରୁଖୁରୁରେ ସମାପନ ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ସେପଟେ ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ପାଇଁ ବିଜେଡି ମୋସନ ଆଣିଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆଲୋଚନା ପାଇଁ ସରକାରଙ୍କୁ କୁହାଯାଇଛି । ବିଶେଷକରି ଗଂଜାମରେ ହୋଇଥିବା କ୍ଷୟକ୍ଷତି ନେଇ ଆଲୋଚନା ପାଇଁ ବିଜେଡି କହିଛି । ସମସ୍ତ କାର୍ଯ୍ୟ ଗୋଟିଏ ଦିନ ବାତିଲ କରାଯାଇ ମୋସନ ଉପରେ ଆଲୋଚନା ହେଉ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଛି ବିଜେଡି । ପଶ୍ଚିମ ଓଡିଶାରେ ଧାନ ସଂଗ୍ରହରେ ବିଳମ୍ବ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ଆଦି ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଅଂଟା ଭିଡିଛନ୍ତି ବିରୋଧୀ । କେବଳ ସେତିକି ନୁହେଁ, କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ମୁଦ୍ଦା କରିଛି କଂଗ୍ରେସା କାହିଁକି ନିବା ର୍ଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଷୟବସ୍ତୁ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କୁହାଯାଇଛି ।

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ୟ୍ୟନ୍ତ ଚାଲିବ ।
ମୋଟ ୪୪ ଦିନର ଅଧିବେଶନରେ ୩୩ଟି କାର୍ୟ୍ୟଦିବସ ରହିଛି। ନଭେମ୍ବର ୧୮ରେ ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟବରାଦ ଚିଠା ଆଗତ କରାଯିବାର ସମ୍ଭାବନା ରହିଛି । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହୋଇପାରେ। ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ ।

Leave A Reply

Your email address will not be published.