Latest Odisha News

BREAKING NEWS

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସମସ୍ତଙ୍କର ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆସିଛି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ସୁରୁଖୁରୁରେ କିପରି ମୌସୁମୀ ଅଧିବେଶନ ଚାଲିବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।

ସେପ୍ଟେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ । ସକାଳ ସାଢେ ୧୦ରୁ ଦିନ ସାଢେ ୧ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏ ଦୁଇଟି ପର୍ଯ୍ୟାୟରେ ଗୃହ ଚାଲିବ । ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ତେବେ କରୋନା ଦୃଷ୍ଟିରୁ ଗତଥର ଭଳି ବିଧାୟକଙ୍କ ବସିବା ବ୍ୟବସ୍ଥା କରାଯାଇଛି । ସେହିପରି ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ, ସେ ଚାହିଁଲେ ଭିଡିଓ କନଫରେନସିଂରେ ଯୋଗ ଦେଇପାରିବେ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ । ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.