ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଅନ୍ୟପଟେ ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ ।
ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଏହି ସର୍ବଦଳୀୟ ବୈଠକ ବସିବ । ଗୃହକୁ ସପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି ପ୍ରମିଳା ମଲ୍ଲିକ । ସେପଟେ ବିଧାନସଭା ଅଧିବେଶନ ପାଇଁ ବିଜେଡିର ବିଧାୟକ ଦଳର ବୈଠକ ଆସନ୍ତାକାଲି ପୂର୍ବାହ୍ଣରେ ବସିବ । ସେହିପରି ବିଜେପି ବିଧାୟକ ଦଳର ବୈଠକ ମଧ୍ୟ ଆସନ୍ତାକାଲି ସକାଳ ୯ଟାରେ ଦଳୀୟ କାର୍ଯ୍ୟାଳୟରେ ହେବ । ବିଧାନସଭା ନେଇ କଂଗ୍ରେସ ମଧ୍ୟ ତାର ରଣନୀତି ପ୍ରସ୍ତୁତି କରିଛି ।
Comments are closed.