Latest Odisha News

BREAKING NEWS

କରୋନା ପାଇଁ ଛତିଶଗଡ଼କୁ ଗାଡ଼ି ମୋଟର ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ଯାତାୟାତ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଉଭୟ ରାଜ୍ୟକୁ ଯାତାୟାତ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ଛତିଶଗଡ଼କୁ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଥିବା ବେଳେ, ସୀମାରେ ଚେକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୦ ତାରିଖରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ଆଦେଶକୁ କଡ଼ାକଡ଼ି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ସୀମାରେ ଚେକ୍‌ପୋଷ୍ଟକୁ କଡ଼ା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚେକ୍‌ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ଛତିଶଗଡ଼କୁ ଖାଲି ଚଳାଚଳ ଉପରେ କଟକଣା ଲାଗୁ କରାଯାଇ ନାହିଁ, ବରଂ ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୦ ତାରିଖରୁ ଛତିଶଗଡ଼କୁ ଟ୍ରେନ ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.