Latest Odisha News

BREAKING NEWS

ଲାଗୁ ହେଲା କଟକଣା, ନେଗେଟିଭ୍ ରିପୋର୍ଟ ନଥିଲେ କ୍ବାରେଣ୍ଟାଇନ

ଭୁବନେଶ୍ବର : କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଲା କଟକଣା । ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍ । ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି, ତେବେ ସେମାନେ ୭୨ ଘଣ୍ଟା ପୂର୍ବର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏଥିସହ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ରିପୋର୍ଟ ମଧ୍ୟ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନେଗେଟିଭ୍ ରିପୋର୍ଟ ବା ଟିକା ନେଇଥିବା ରିପୋର୍ଟ ନ ଦେଖାଇଲେ ସେମାନଙ୍କୁ ୭ ଦିନ ଲାଗି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଚନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ବାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଏସଆରସି କହିଛନ୍ତି ।

Leave A Reply

Your email address will not be published.