Latest Odisha News

BREAKING NEWS

ଆସନ୍ତା ୧୯ରୁ ବନ୍ଦ ରହିବ ସମସ୍ତ ସ୍କୁଲ ଓ ହଷ୍ଟେଲ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ସରକାରଙ୍କ ଚିନ୍ତା ବି ବଢ଼ିଲାଣି । ବ୍ୟାପୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ସରକାର । ଭୂତାଣୁର ଭୟାବହତାକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ଏପ୍ରିଲ୍‌ ୧୯ ତାରିଖରୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟର ସମସ୍ତ ଇଂରାଜୀ ମିଡିୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ ତାରିଖରୁ ବନ୍ଦ ରହିବ । କରୋନାର ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.