Latest Odisha News

୨ ମାସ ପରେ ଆଜି ଖୋଲିଲା ସମସ୍ତ ସ୍କୁଲ

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଖୋଲିଛି । ଛାତ୍ରଛାତ୍ରୀମାନେ ତାଙ୍କର ଦୀର୍ଘ ଗ୍ରୀଷ୍ମାବକାଶ ଶେଷ କରିବାପରେ ଏବେ ସ୍ୱାଭାବିକ ଭାବେ ବିଦ୍ୟାଧ୍ୟୟନରେ ବ୍ୟସ୍ତ ରହିବେ ।

ସୂଚନାଯୋଗ୍ୟ ଏଥର ପରିବର୍ତ୍ତିତ ପାଗ ତଥା ଅସହ୍ୟ ଗ୍ରୀଷ୍ମତାପ ବୃଦ୍ଧିଜନିତ କାରଣରୁ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ୨୬ ତାରିଖକୁ ସ୍କୁଲ ଖୋଲିବାକୁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ଦୁଇଥର ଛୁଟି ଘୋଷଣା ଓ ସ୍କୁଲ ଖୋଲିବା ନେଇ ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।


ପ୍ରଥମେ ଜୁନ ୧୭ ତାରିଖରେ ସ୍କୁଲ ଖୋଲିବାକୁ ଦିନ ଧାର୍ଯ୍ୟ ହୋଇ ପରେ ଏହା ଜୁନ ୨୧କୁ ଘୁଞ୍ଚିଥିଲା । ପ୍ରବଳ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ଅବଧିକୁ ବଢାଇ ଜୁନ ୨୬ ତାରିଖରେ ସମସ୍ତ ସ୍କୁଲଗୁଡ଼ିକ ଖୋଲିବା ନେଇ ଘୋଷଣା କରିଥିଲେ ।


ତେବେ ଆଜି ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହରେ ନିଜନିଜ ସ୍କୁଲମାନଙ୍କରେ ଯୋଗଦାନ କରିଛନ୍ତି । ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିବାର ଦେଖାଯାଇଥିଲା ।

Leave A Reply

Your email address will not be published.