Latest Odisha News

BREAKING NEWS

ଆଜିଠୁ ଜାନୁଆରୀ ୧୭ତାରିଖ ଯାଏଁ ବନ୍ଦ ରହିଲା ଗଞ୍ଜାମର ସମସ୍ତ ବେଳାଭୂମି

ବ୍ରହ୍ମପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଗଞ୍ଜାମରେ କଟକଣା କଡ଼ାକଡ଼ି କରାଯାଇଛି । ଆସନ୍ତା ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ଉତ୍ସବ ପୋଙ୍ଗଲ । ଉତ୍ସବ ପାଳନ ଅବସରରେ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଆଜିଠୁ ୧୭ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ପ୍ରମୁଖ ବେଳାଭୂମି ସମେତ ଅନ୍ୟ ବେଳାଭୂମି ବନ୍ଦ ରହିବ । ଜନସାଧାରଣଙ୍କୁ ବେଳାଭୂମି ଯିବା ପାଇଁ ବାରଣ କରାଯାଇଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

Comments are closed.