Latest Odisha News

BREAKING NEWS

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦ ପୋଲିସ କର୍ମଚାରୀଙ୍କ ଟେଷ୍ଟ ବର୍ତ୍ତମାନ ପୁରୀ ସରକାରୀ ଆୟୁର୍ବେଦିକ କଲେଜ ପରିସରରେ ଜାରି ରହିଛି ।

ସେ କହିଛନ୍ତି ଯେ, ‘ବାହୁଡା ଯାତ୍ରା ଓ ତା ପରେ ଅନେକ ନୀତି ଥିବାରୁ ରଥ ଯାତ୍ରାରେ ନିୟୋଜିତ ପ୍ରାୟ ୨୫ଶହ ସେବାୟତଙ୍କୁ ଦ୍ୱିତୀୟ ଥର ପାଇଁ କୋଭିଡ୧୯ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟ ଟେଷ୍ଟ ପରେ ସେମାନଙ୍କୁ ଘୋଷଯାତ୍ରାରେ ସାମିଲ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର କରୋନା ପଜିଟିଭ୍ ବାହାରିଛି । ଦ୍ୱିତୀୟ ପର୍ଯାୟ ଟେଷ୍ଟ ବେଳେ ନେଗେଟିଭ୍ ବାହାରିଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ପରବର୍ତ୍ତୀ ନୀତି ଓ ବାହୁଡା ଯାତ୍ରାରେ ସାମିଲ କରାଯିବ । ’

ଏଥି ସହିତ ପୁରୀ ସହରରେ ପରିମଳ ଓ ପରିଚ୍ଛନ୍ନତା କାମରେ ନିୟୋଜିତ ସମସ୍ତ ମ୍ୟୁନିସିପାଲ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ।
ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୧୯ ସମ୍ପର୍କରେ ସଚେତନ କରାଯିବା ସହିତ ସତର୍କତାମୂଳକ ପଦକ୍ଷେପ ନେଇ ସୂଚିତ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.