Latest Odisha News

BREAKING NEWS

କେରଳ ବନ୍ୟା: ସହାୟତାର ହାତ ବଢାଇଲେ ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ : କେରଳ ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କେରଳ ସରକାର ତଥା ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ରାଜ୍ୟ ତଥା ଜନସାଧାରଣ ଅଣ୍ଟା ଭିଡିଛନ୍ତି । କେରଳକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାମିଲ ହୋଇଛନ୍ତି ସୁପ୍ରିମକୋର୍ଟର ସମସ୍ତ ବିଚାରପତି ।

ସୂଚନା ଅନୁଯାୟୀ ଏକ ମାମଲାର ଶୁଣାଣି କରୁଥିବା ଅବସରରେ ଆଟର୍ଣ୍ଣି ଜେନେରାଲ କେରଳ ପ୍ରସଙ୍ଗ ଉଠାଇ ବନ୍ୟା ପ୍ରପୀଡିତ ଲୋକଙ୍କ ଦୂରାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସମସ୍ତେ ଏକମତ ହୋଇ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତ୍ୟେକ ୨୫ହଜାର ଟଙ୍କା ପ୍ରଦାନ କରିବାନେଇ ନିଷ୍ପତ୍ତି ନେଇଥିଲେ ।

ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ର ଓ ସୁପ୍ରିମ କୋର୍ଟର ଅନ୍ୟ ୨୪ଜଣ ବିଚାରପତି କେରଳ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରତ୍ୟେକ ସର୍ବନିମ୍ନ ୨୫ ହଜାର ଟଙ୍କା ଲେଖାଏଁ ଦାନ କରିବା ନେଇ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.